Psalms 7

ନ୍ୟାୟ ପାଇଁ ପ୍ରାର୍ଥନା

ଦାଉଦଙ୍କର ଶିଗାୟୋନ, ଏହି ଗୀତ ସେ ବିନ୍ୟାମୀନୀୟ କୂଶର କଥା ବିଷୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିଥିଲେ।

1ହେ ସଦାପ୍ରଭୁ ମୋ’ ପରମେଶ୍ୱର, ମୁଁ ତୁମ୍ଭଠାରେ ଶରଣ ନେଉଅଛି;
ମୋ’ ପଛେ ଗୋଡ଼ାଇବା ସମସ୍ତ ଲୋକଠାରୁ ମୋତେ ରକ୍ଷା କର ଓ ଉଦ୍ଧାର କର,
2ନୋହିଲେ ସେ ସିଂହ ପରି ମୋର ପ୍ରାଣ ବିଦୀର୍ଣ୍ଣ କରି
ଖଣ୍ଡ ଖଣ୍ଡ କରିବ, ଉଦ୍ଧାର କରିବାକୁ କେହି ନ ଥିବ।

3ହେ ସଦାପ୍ରଭୁ ମୋହର ପରମେଶ୍ୱର, ଯଦି ମୁଁ

ଏହା କରିଥାଏ, ଯଦି ମୋ’ ହସ୍ତରେ ଅଧର୍ମ ଥାଏ;
4ଯଦି ମୁଁ ଆପଣା ସଙ୍ଗେ ମିଳନରେ ଥିବା ଲୋକର ମନ୍ଦ କରିଥାଏ;
(ମାତ୍ର ଯେ ଅକାରଣରେ ମୋହର ବିପକ୍ଷ, ମୁଁ ତାହାକୁ ଉଦ୍ଧାର କରିଅଛି;)

5ତେବେ ଶତ୍ରୁ ମୋହର ପ୍ରାଣ ପଛେ ଦୌଡ଼ି ତାହାକୁ ଧରୁ;

ଆହୁରି, ସେ ମୋ’ ଜୀବନକୁ ଭୂମିରେ ଦଳି ପକାଉ,
ପୁଣି, ମୋ’ ଗୌରବକୁ ଧୂଳିସାତ୍‍ କରୁ।
[ସେଲା]

6ହେ ସଦାପ୍ରଭୁ, ଆପଣା କ୍ରୋଧରେ ଉଠ,

ମୋ’ ବିପକ୍ଷଗଣର କୋପ ପ୍ରତିକୂଳରେ ଆପଣାକୁ ଉଠାଅ ଓ
ମୋ’ ପକ୍ଷରେ ଜାଗ୍ରତ ହୁଅ; ତୁମ୍ଭେ ନ୍ୟାୟ ବିଚାର କର।
7ଗୋଷ୍ଠୀୟମାନଙ୍କ ମଣ୍ଡଳୀ ତୁମ୍ଭଙ୍କୁ ବେଷ୍ଟନ କରନ୍ତୁ;
ଆଉ, ତୁମ୍ଭେ ସେମାନଙ୍କ ଉପରେ ଊର୍ଦ୍ଧ୍ୱକୁ ପ୍ରତ୍ୟାଗମନ କର।

8ସଦାପ୍ରଭୁ ଗୋଷ୍ଠୀୟମାନଙ୍କ ପ୍ରତି ବିଚାର ସାଧନ କରନ୍ତି;

ହେ ସଦାପ୍ରଭୁ, ମୋହର ଧର୍ମ ଓ ମୋହର ଆନ୍ତରିକ ସରଳତାନୁସାରେ ମୋହର ବିଚାର କର।
9ଆହା, ଦୁଷ୍ଟମାନଙ୍କର ଦୁଷ୍ଟତାର ଶେଷ ହେଉ, ମାତ୍ର ତୁମ୍ଭେ ଧାର୍ମିକମାନଙ୍କୁ ସଂସ୍ଥାପନ କର;
କାରଣ ଧର୍ମମୟ ପରମେଶ୍ୱର ଅନ୍ତଃକରଣ ଓ ମର୍ମର ପରୀକ୍ଷା କରନ୍ତି।

10ପରମେଶ୍ୱରଙ୍କଠାରେ ମୋହର ଢାଲ ଅଛି,

ସେ ସରଳମାନଙ୍କୁ ପରିତ୍ରାଣ କରନ୍ତି।
11ପରମେଶ୍ୱର ଧର୍ମମୟ ବିଚାରକର୍ତ୍ତା, ହଁ,
ସେ ପ୍ରତିଦିନ ଦୁଷ୍ଟଙ୍କ ପାଇଁ କ୍ରୋଧକାରୀ ପରମେଶ୍ୱର।

12ଯଦି କୌଣସି ମନୁଷ୍ୟ ନ ଫେରିବ, ତେବେ

ସେ ଆପଣା ଖଡ୍ଗ ଶାଣିତ କରିବେ;
ସେ ଆପଣା ଧନୁ ନୁଆଁଇ ପ୍ରସ୍ତୁତ କରିଅଛନ୍ତି।
13ସେ ମଧ୍ୟ ତାହା ପାଇଁ ମୃତ୍ୟୁୁର ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରିଅଛନ୍ତି;
ସେ ଆପଣା ତୀରସବୁ ଅଗ୍ନିର ତୀର କରିଅଛନ୍ତି।

14ଦେଖ, ସେ ଅଧର୍ମରୂପ ପ୍ରସବ-ବେଦନାରେ ଆକ୍ରାନ୍ତ ହେଉଅଛି;

ହଁ, ସେ ଅନିଷ୍ଟ ଗର୍ଭରେ ଧାରଣ କରି ମିଥ୍ୟା ପ୍ରସବ କଲା।
15ସେ କୂପ ଖୋଳି ଗଭୀର କରିଅଛି, ପୁଣି,
ସେ ଆପଣା ଚୋରାଗର୍ତ୍ତରେ ପଡ଼ିଅଛି।
16ତାହାର ଉପଦ୍ରବ ତାହାର ନିଜ ମସ୍ତକରେ ବର୍ତ୍ତିବ
ଓ ତାହାର ଦୌରାତ୍ମ୍ୟ ତାହାର ନିଜ ମୁଣ୍ଡରେ ପଡ଼ିବ।

ମୁଁ ସଦାପ୍ରଭୁଙ୍କର ଧାର୍ମିକତାନୁସାରେ ତାହାଙ୍କର ଧନ୍ୟବାଦ କରିବି

ଓ ସର୍ବୋପରିସ୍ଥ ସଦାପ୍ରଭୁଙ୍କ ନାମରେ ପ୍ରଶଂସା ଗାନ କରିବି।
17

Copyright information for OriULB